May 11, 2021

Odiaall

Odisha News & Blog

ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ।

ପ୍ରଖ୍ୟାତ ଓଡ଼ିଆ ଚଳଚିତ୍ର ଅଭିନେତା ବିଜୟ ମହାନ୍ତି ଅସୁସ୍ଥତା କାରଣରୁ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି , ତାଙ୍କ ଅସୁସ୍ଥତାର ଖବର ତାଙ୍କ ପତ୍ନୀ ତନ୍ଦ୍ରା ରାଏଙ୍କ ଦ୍ୱାରା ଗଣମାଧ୍ୟମ ପାଖକୁ ଆସିଛି । ବର୍ତମାନ ତାଙ୍କୁ ୭୦ ବର୍ଷ(୦୮ ଏପ୍ରିଲ 1950) ହୋଇଥିବା ଜଣାପଡିଛି ।

ପ୍ରଖ୍ୟାତ ଓଡ଼ିଆ ଚଳଚିତ୍ର ଅଭିନେତା ବିଜୟ ମହାନ୍ତି ଅସୁସ୍ଥତା କାରଣରୁ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି , ତାଙ୍କ ଅସୁସ୍ଥତାର ଖବର ତାଙ୍କ ପତ୍ନୀ ତନ୍ଦ୍ରା ରାଏଙ୍କ ଦ୍ୱାରା ଗଣମାଧ୍ୟମ ପାଖକୁ ଆସିଛି । ତାଙ୍କୁ ହୃଦଘାତ ହୋଇଥିବା ଜଣା ପଡିଛି । ବର୍ତମାନ ତାଙ୍କୁ ୭୦ ବର୍ଷ(୦୮ ଏପ୍ରିଲ 1950) ହୋଇଥିବା ଜଣାପଡିଛି ।

ବିଜୟ ମହାନ୍ତି ଓଡ଼ିଆ ଚଳଚିତ୍ରର ଜଣେ ସୁନାମଧନ୍ୟ ଅଭିନେତା । ପ୍ରଥମଥର ପାଇଁ ୧୯୭୭ ମସିହାରେ ‘ଚିଲିକା ତୀରେ’ ସିନେମା ଅଭିନୟ ଆରମ୍ଭ କରି ସେ ଓଡ଼ିଆ ଚଳଚିତ୍ର ଜଗତରେ ପାଦ ଦେଇଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି , ସମୟ ବଡ ବଳବାନ, ଦଣ୍ଡା ବାଳୁଙ୍ଗା ,ନାଗ ଫାସ,ସହରୀ ବାଘ ,ଚକାଆଖି ସବୁ ଦେଖୁଚି,ଜଗା ହାତରେ ପଘା ,ଭୀଷ୍ମ ପ୍ରତିଜ୍ଞା ଓ କି ହେବ ଶୁଆ ପୋଷିଲେ ପରି ସୁପରହିଟ ଚଳଚିତ୍ରରେ ନିଜ ଅଭିନୟର ପରାକାଷ୍ଠା ଦେଖେଇ ଓଡ଼ିଆ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରି ଆସିଛନ୍ତି ।

ତେବେ ସେ କିପରି ତୁରନ୍ତ ଆରୋଗ୍ୟଲାଭ କରି ଘରକୁ ଫେରିଆସିବେ ସମସ୍ତ ଓଡ଼ିଆ ଚଳଚିତ୍ରପ୍ରେମୀମାନଙ୍କ ତରଫରୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।

Leave a Reply

Your email address will not be published. Required fields are marked *

Copyright © All rights reserved. | Newsphere by AF themes.